Categories: ଖେଳ

ମିଷ୍ଟର ଡିପେଣ୍ଡବୁଲ୍‌ ୪୭ ବର୍ଷରେ କଲେ ପଦାର୍ପଣ: ପିଲାଦିନ ସାଥୀ ବିଜେତାଙ୍କୁ କରିଥିଲେ ଜୀବନସାଥୀ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ ଶନିବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ଜାନୁୟାରୀ ୧୧ରେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୧୯୯୬ରେ ଶ୍ରୀଲଙ୍କା ବିପକ୍ଷରେ ସେ ସିଙ୍ଗର କପ୍‌ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ। ତାଙ୍କର ଖେଳୁଆଡ ମନୋବୃତ୍ତି ଯୋଗୁ ପ୍ରଶଂସକ ତାଙ୍କୁ ମିଷ୍ଟର ଡିପେଣ୍ଡବୁଲ୍‌ ଭାବେ ଅଭିହିତ କରୁଥିଲେ। ୨୦୦୩ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏଡିଲେଡ୍‌ ଠାରେ ୨୩୩ ରନ୍‌ କରିଥିବାବେଳେ ୨୦୦୪ରେ ପାକିସ୍ତାନ ବିପକ୍ଷରେ ରାଓ୍ବଲପିଣ୍ଡିରେ ୨୭୦ ରନ୍‌ କରିଥିଲେ। ଏହି ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ମାରତ ବିଜୟ ଲାଭ କରିଥିଲା। ସେ ୧୬୪ ଟେଷ୍ଟ ମ୍ୟାଚ୍‌ ଖେଳି ୧୩,୨୮୮ ରନ୍‌ କରିଛନ୍ତି। ସେଥି ମଧ୍ୟରେ ୩୬ଟି ଶତକ ୬୩ ଅର୍ଦ୍ଧ ଶତକ ରହିଛି। ସେହିପରି ୩୪୪ ଏକଦିବସୀୟ ମ୍ୟାଚ୍‌ ଖେଳି ୧୦,୮୮୯ ରନ୍‌ କରିଛନ୍ତି। ସେଥି ମଧ୍ୟରେ ୧୨ ଶତକ ଏବଂ ୮୩ ଅର୍ଦ୍ଧ ଶତକ ରହିଛି। କ୍ରିକେଟ ଖେଳ ପରି ତାଙ୍କ ଲଭ୍‌ ଲାଇଫ୍‌ ମଧ୍ୟ ବେଶ୍‌ ନିଆରା। ପିଲାଦିନ ସାଥୀ ବିଜେତା ପେନ୍ଧାରକର ଶେଷରେ ପାଲଟି ଥିଲେ ରାହୁଲଙ୍କ ଜୀବନସାଥୀ। ସେମାନଙ୍କର ବିବାହ ୨୦୦୩ରେ ସମ୍ପନ୍ନ ହୋଇଥିଲା।

Share