Categories: ଖେଳ

ମିସବାଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ୍‌ଙ୍କ ମଧ୍ୟରେ ହେବ ବିଶ୍ୱକପ୍‌ ଫାଇନାଲ୍‌

ଇସଲମାବାଦ୍‌, ୧୧।୬: ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା ଉଲ୍‌ ହକ୍‌ ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି। ଏଥର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ ଫାଇନାଲ ଖେଳାଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ଚଳିତ ବିଶ୍ୱକପ୍‌ର ପ୍ରମୁଖ ଦାବିଦାର ଟିମ୍‌। ନିକଟରେ ଏହି ଦୁଇ ଟିମ୍‌ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ତେଣୁ ବିଶ୍ୱକପ୍‌ ଫାଇନାଲ ଲଢେଇ ଏହି ଦୁଇ ମଧ୍ୟରେ ହେବାର ସମ୍ଭାବନା ରହିଛି ବୋଲି ମିସବା କହିଛନ୍ତି। ସେହିପରି ଜୁନ ୧୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଭାରତର ପଲ୍ଲା ଭାରି ବୋଲି ସେ କହିଛନ୍ତି।

Share