Categories: ମେଟ୍ରୋ

ମିସେସ୍‌ ଇଣ୍ଡିଆ ପାଇଁ ଭୁବନେଶ୍ୱର ଚୟନ ପ୍ରକ୍ରିୟା ୨୧ରେ

ଭୁବନେଶ୍ୱର,୧୯।୭(ବ୍ୟୁରୋ) : ମିସେସ୍‌ ଇଣ୍ଡିଆ ୨୦୧୯ ପ୍ରତିଯୋଗିତା ପାଇଁ ଭୁବନେଶ୍ୱରରେ ଅଡିସନ ବା ଚୟନ ପ୍ରକ୍ରିୟା ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାଶନାଲ (ଏଚ୍‌ଏଚ୍‌ଆଇ) ଠାରେ ଆସନ୍ତା ଜୁଲାଇ ୨୧ରେ ଅପରାହ୍ନ ୧୨.୩୦ରୁ ୪ଟା ମଧ୍ୟରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଏଆର ଏଣ୍ଟରଟେନମେଣ୍ଟ ଗ୍ରୁପ ଦ୍ୱାରା ପରିଚାଳିତ ହେବ। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଯେ କୌଣସି ବିବାହିତା ମହିଳା(http://armrsindia.com/registration/)ରେ ରେଜିଷ୍ଟ୍ରେସନ କରିପାରିବେ। ଏହି ପ୍ରତିଯୋଗିତା ଲକ୍ଷ୍ନୌ, ପୁନେ, ଦିଲ୍ଲୀ, କୋଲକାତା, ଗୁଆହାଟି, ଜୟପୁର, ଚଣ୍ଡିଗଡ଼, ଗୁରୁଗାଓଁ, ଡେରାଡୁନ, ଉଦୟପୁର, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପାଟନା ଓ ରାଞ୍ଚିରେ ଅନୁଷ୍ଠିତ ହୋଇସାରିଛି। ଏହି ଚୟନ ପ୍ରକ୍ରିୟାରେ ଜାତୀୟ ପୁରସ୍କାର ପ୍ରାପ୍ତ ବଲିଉଡ୍‌ ଟେଲିଭିଜନ ଅଭିନେତ୍ରୀ ପ୍ରକୃତି ମିଶ୍ର, ଟେଲିଭିଜନ କଳାକାର ରେହାନ ରାୟ, ସିନ୍‌ ଦାସ, ସିୱାନି ଚକ୍ରବର୍ତ୍ତୀ ଏବଂ ଆଲୋକ ନରୁଲା ଆଦି ଚୟନକର୍ତ୍ତା ଭାବେ ଯୋଗ ଦେବେ। ଏହି ଚୟନ ପ୍ରକ୍ରିୟାର ପ୍ରଥମ ରାଉଣ୍ଡରେ ପ୍ରତିଯୋଗୀମାନେ ରାମ୍ପ ସହ ନିଜ ପରିଚୟ ପ୍ରଦାନ କରିବେ। ଦ୍ୱିତୀୟ ରାଉଣ୍ଡରେ ପ୍ରତିଯୋଗୀମାନେ ନିଜର ସଙ୍ଗୀତ, ନୃତ୍ୟ ଓ ଅଭିନୟ ଆଦି କଳା ପ୍ରଦର୍ଶନ କରିବେ। ଶେଷରେ ତୃତୀୟ ରାଉଣ୍ଡରେ ପ୍ରତିଯୋଗୀମାନେ ଚୟନକର୍ତ୍ତାମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ସୁନ୍ଦରୀ ଓ ଆଶାବାଦୀ ମହିଳାମାନଙ୍କୁ ଏକ ଭବିଷ୍ୟତ ପାଇଁ ପ୍ଲାଟଫର୍ମ ଯୋଗାଇ ଦେବ ବୋଲି ପ୍ରତିଯୋଗିତାର ଆୟୋଜକ ଆଶିଷ ରାୟ କହିଛନ୍ତି।

Share