ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ: ଭାରତର ପ୍ରତିନିଧିତ୍ୱ କରିବେ ମଞ୍ଜୁ ଥାପ୍ପା

ନୂଆଦିଲ୍ଲୀ,୬।୧: ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ-୨୦୨୦ ଫେବୃୟାରୀ ୫ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତାରେ ଗ୍ଲୋରି ଅଫ୍‌ ନର୍ଥ-ଇଷ୍ଟ ମଞ୍ଜୁ ଥାପ୍ପା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହି ପ୍ରତିଯୋଗୀତାରେ ମଞ୍ଜୁ ସବୁଠାରୁ କନିଷ୍ଠ ପ୍ରତିଯୋଗୀ। ଏଥିପାଇଁ ତାଙ୍କୁ ଅମନ ଗାନ୍ଧୀ ଫିଲ୍ମ ପ୍ରଡକ୍ସନ ଚୟନ କରିଥିବା ସୂଚନା ମିଳିଛି। ଏଥିପାଇଁ ସେ ସମସ୍ତ ପ୍ରକାରର ପ୍ରସ୍ତୁତି ଚଳାଇଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ଦୁବାଇରେ ହୋଇଥିବା ପ୍ଲାନେଟ୍‌ ୟୁନିଭର୍ସ ପ୍ରତିଯୋଗୀତାରେ ମଞ୍ଜୁ ଭାଗ ନେଇଥିଲେ। ମଞ୍ଜୁ ନିଜ ପରିବାର ସହ ପୈତୃକ ବାସଭବନ ଦାର୍ଜିଲିଂରେ ରହୁଛନ୍ତି।

Share