ମିସ୍‌ ଟ୍ରାଡିଶନାଲ୍‌ ଟାଇଟଲ୍‌ ଜିତିଲେ ଓଡ଼ିଆ ଝିଅ ଶିବାନୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ)- ମୁମ୍ବାଇ ମହାନଗର ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତାରେ ଭାଗନେଇ ମିସ୍‌ ଟ୍ରାଡିଶନାଲ୍‌ ବିଭାଗରେ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ଶିବାନୀ ମିଶ୍ର। ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଶିବାନୀ ଏହି ପ୍ରତିଯୋଗିତାରେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଚଳଣି ଓ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପ୍ରଦର୍ଶିତ କରି ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁମ୍ବାଇରେ ରହି ମଧ୍ୟ ଓଡ଼ିଶାର କଳା ଓ ସଂସ୍କୃତିକୁ ଭୁଲି ନ ଥିବାରୁ ତାଙ୍କୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ବମ୍ବେ ଓଡ଼ିଆ ମହାସଂଘ ସଭାପତି ତଥା ସେଠାରୁ ପ୍ରକାଶ ପାଉଥିବା ଏକମାତ୍ର ଓଡ଼ିଆ ଖବରକାଗଜ ‘ମୁମ୍ବାଇ ଓଡ଼ିଆ ସମାଜ’ର ମୁଖ୍ୟ ସମ୍ପାଦକ ଡ. ବିପିନ ବିହାରୀ ମିଶ୍ର ଓ ଡ. ସୁକାନ୍ତି ମିଶ୍ରଙ୍କ କନିଷ୍ଠା କନ୍ୟା ହେଉଛନ୍ତି ଶିବାନୀ। ତାଙ୍କ ବଡ଼ ଭଉଣୀ ଶେଲ୍‌ଭି ମିଶ୍ର ଏୟାର ଇଣ୍ଡିଆରେ ଜଣେ ଦକ୍ଷ ପାଇଲଟ ଭାବେ ଜଣାଶୁଣା।

Share