ଆଟଲାଣ୍ଟା,୯।୧୨: ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁନଜୀ ୨୦୧୯ର ମିସ୍ ୟୁନିଭର୍ସ ବା ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ରବିବାର ଆମେରିକାର ଆଟଲାଣ୍ଟାଠାରେ ଆୟୋଜିତ ଉତ୍ସବରେ ସେ ଏହି ଗୌରବର ଅଧିକାରିଣୀ ହୋଇ ପାରିଛନ୍ତି। ପ୍ରାୟ ୯୦ ଜଣ ପ୍ରତିଯୋଗୀଙ୍କୁ ହରାଇ ସେ ଏହି ମୁକୁଟ ପିନ୍ଧିଛନ୍ତି। ସୋସିଆଲ ଇସ୍ୟୁକୁ ନେଇ ଥିବା ପ୍ରଶ୍ନର ଉତ୍ତର ଦେଇ ସେ ବିଚାରକଙ୍କ ହୃଦୟ ଜିତିଥିଲେ। ଏହି ପ୍ରତିଯୋଗୀତାରେ ମିସ୍ ମେକ୍ସିକୋ ଓ ମିସ୍ ପୁଏରଟୋ ରିକୋ ରନର୍ସ ଅପ୍ ହୋଇଛନ୍ତି। ମିସ୍ ମେକ୍ସିକୋ ‘ସୋଫିଆ ଆରଗନ’ କହିଥିଲେ ଯଦି ନିଜ ସୌନ୍ଦର୍ଯ୍ୟକୁ ଜୀବନର ଲକ୍ଷ୍ୟ ଭାବେ ବ୍ୟବହାର କରା ନ ଯାଏ ତେବେ ଏହା ଏକ ଶୂନ୍ୟ ଗହଣା ହୋଇ ରହିଯିବ। ସେମିତି ଅନ୍ୟ ଜଣେ ରନର୍ସ ଅପ୍ ମିସ୍ ପୁଏରଟୋ ରିକୋ ‘ମାଡିସନ ଆଣ୍ଡରସନ’ କହିଛନ୍ତି, ମିସ୍ ୟୁନିଭର୍ସ ମଞ୍ଚରେ ପହଞ୍ଚିବା ମୋ ପାଇଁ କେବଳ ସ୍ବପ୍ନ ନ ଥିଲା ବରଂ ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯାଇଛି।