Advertisement
Categories: କନ୍ଧମାଳ

ମିିନିବସ୍‌ ଓଲଟି ୧୩ ଆହତ

ଶଙ୍କରାଖୋଲ,୧୧ା୮(ଡି.ଏନ.ଏ.)-ଟିକାବାଲି ନିକଟ କୋଚିଲା ଗଡନାଳ ଡାଇଭର୍ସନ ରୋଡରେ ଶନିବାର ଏକ ମିନିବସ୍‌ ଓଲଟି ପଡିବାରୁ ୧୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଜିଉଦୟଗିରିର ଫିରଜା ପ୍ରଧାନ, ଅଞ୍ଜୁଳା ପ୍ରଧାନ, ଅମିତ କୁମାର ପ୍ରଧାନ, ସାରଙ୍ଗଗଡ ଥାନା ରତିଫ ଗ୍ରାମର ସାବିତ୍ରୀ ମୁଖୀ, ପରିବନ ମୁଖୀ, ବ୍ରାହ୍ମଣୀଗାଁର ରଞ୍ଜିତ ମଲିକ, ପିଡ଼ାଲିମାହାର କିରନ ମଳିକ, ଟିକାବାଲିର ପଲଭି ବଗର୍ତ୍ତି, ଲଚ୍ଛମା ବଗର୍ତ୍ତୀ, ପାଟାପଦର ଜୟନ୍ତ ବଗର୍ତ୍ତି, ବିମିପଡାର ମୌସୁମୀ ଦିଗାଳ, ମଞ୍ଜୁଳ ପ୍ରଧାନ, ଚକାପାଦ ଥାନା ନନ୍ଦିନୀର କମ୍ବୁପାଣୀ ନାୟକ ା୩୦ ଜଣ ଯାତ୍ରୀଙ୍କୁ ନେଇ ମିନିବସଟି୍‌ ଫୁଲବାଣୀରୁ ଜି.ଉଦୟଗିରିକୁ ଯାଉଥିବା ବେଳେ କୋଚିଲାଗଡ ନାଳ ଡାଇଭର୍ସନ ରୋଡରେ ବ୍ରେକ ଫେଲ୍‌ ହେବାରୁ ଓଲଟି ପଡିଥିଲା। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଟିକାବାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଯମୁନା ନାୟକ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଦୁର୍ଘଟଣା ଯୋଗୁ ଜି.ଉଦୟଗିରିକୁ ୨ ଘଣ୍ଟା ଯାନବାହନ ଚଳାଳଚ ବନ୍ଦ ରହିଥିଲା। ଟିକାବାଲି ଥାନା ଆଇଆଇସି ରେବତୀ ଶବର ପହଞ୍ଚତ୍ ରାସ୍ତାରୁ ମିନିବସ୍‌କୁ ହଟାଇବା ପରେ ଚଳାଚଳ ଗାଡି ସ୍ବାଭାବିକ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel