Categories: ଖେଳ

ମୀରାବାଙ୍କୁ ଦ୍ୱିତୀୟ ଟାଇଟଲ

ଢାକା, ୨୨ା୧୨ (ପି.ଟି.)- ଭାରତର ମୀରାବା ଲୁଓ୍ବାଙ୍ଗ ବିଡବ୍ଲ୍ୟୁଏଫ୍‌ ବାଂଲାଦେଶ ଜୁନିୟର ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ସିରିଜ ୨୦୧୯ ଜିତିଛନ୍ତି। ମଣିପୁରର ତଥା ଟପ୍‌ ସିଡ୍‌ ମୀରାବା ଫାଇନାଲରେ କେନ୍‌ ୟଙ୍ଗ ଅଙ୍ଗ୍‌ଙ୍କୁ ୨୧-୧୪, ୨୧-୧୮ରେ ହରାଇ ଦେଇଛନ୍ତି। ସେମିଫାଇନାଲରେ ସେ ଆହୁରି ମଧ୍ୟ ମଲେସିଆର ଅନ୍ୟ ଜଣେ ଖେଳାଳିଙ୍କୁ ପରାସ୍ତ କରିଥିଲେ। ଗତ ମାସରେ ମୀରାବା ଓନଚେଅନ ୟୋନେକ୍ସ କୋରିଆ ଜୁନିୟର ଓପନ୍‌ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜରେ ୧୯ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଟାଇଟଲ ଜିତିଥିଲେ। ବାଂଲାଦେଶ ଟୁର୍ନାମେଣ୍ଟର ମୁଖ୍ୟ ଡ୍ର’ରେ ଭାରତର ଯେଉଁ ୫ ଜଣ ଖେଳାଳି ସ୍ଥାନ ପାଇଥିଲେ, ମୀରାବା ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ।

Share