Posted inଫୁରସତ

ମୁଁ ଅଛି ଓ ମୁଁ ବଞ୍ଚିବି

କ୍ୟାନ୍‌ସର ବା କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ତଥା ଏହାର ନିରାକରଣ, ନିରୂପଣ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ୪ ଫେବୃୟାରୀରେ ଜାତିସଂଘ ଦ୍ୱାରା ପାଳନ କରାଯାଉଛି ବିଶ୍ୱ କର୍କଟ/କ୍ୟାନ୍‌ସର ଦିବସ। ବ୍ୟକ୍ତିଗତ, ସରକାରୀ ତଥା ଆନ୍ତର୍ଜାତିକ ସ୍ତରରେ ଥିବା କ୍ୟାନ୍‌ସର ସଂଗଠନଗୁଡିକ ଏହି ଦିବସ ପାଳନ କରିଥାନ୍ତି। ୬୦ ଟି ଦେଶରେ ସରକାରୀ ଭାବେ ଏହା ପାଳନ କରାଯାଉଛି। ନୂଆ ସହସ୍ରାବ୍ଦ ପାଇଁ କ୍ୟାନ୍‌ସର ବିରୋଧରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ କ୍ୟାନ୍‌ସର ସମ୍ମିଳନୀରେ ୪ ଫେବୃୟାରୀ ୨୦୦୦ରେ ଏହି ଦିବସ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିଲା। କ୍ୟାନ୍‌ସର ଗବେଷଣାକୁ ପ୍ରୋତ୍ସାହନ, ଏହାର ନିରାକରଣ ଓ ପୀଡ଼ିତଙ୍କ ସେବାର ଉନ୍ନତି ପ୍ୟାରିସ ଘୋଷଣାପତ୍ରର ମୁଖ୍ୟ ବିଷୟ ରହିଥିଲା। ସମ୍ମିଳନୀରେ ଉପସ୍ଥିତ ସେତେବେଳର ୟୁନେସ୍କୋର ମହାନିର୍ଦ୍ଦେଶକ କୋଇଚିରୋ ମାତ୍‌ସୁରା ଓ ଫ୍ରାନ୍ସର ରାଷ୍ଟ୍ରପତି ଜ୍ୟାକ୍‌ ସିିରାକ ଏଥିରେ ସ୍ବାକ୍ଷର କରିଥିଲେ। ଏହାପରେ ୨୦୦୮ରେ ବିଶ୍ୱ କ୍ୟାନ୍‌ସର ଘୋଷଣାପତ୍ରର ସ୍ଥିରୀକୃତ ଲକ୍ଷ୍ୟକୁ ସମର୍ଥନ ଜଣାଇ ତାହା ହାସଲ କରିବା ପାଇଁ ୟୁନିୟନ୍‌ ଫର୍‌ ଇଣ୍ଟରନ୍ୟାଶ୍‌ନାଲ କ୍ୟାନ୍‌ସର କଣ୍ଟ୍ରୋଲ(ୟୁଆଇସିସି)ବା ଆନ୍ତର୍ଜାତିକ କ୍ୟାନ୍‌ସର ନିୟନ୍ତ୍ରଣ ସଂଘ ନେତୃତ୍ୱରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱରେ କ୍ୟାନ୍‌ସରକୁ ଆୟତ୍ତ କରି ମୃତ୍ୟୁସଂଖ୍ୟା ହ୍ରାସ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ରୋଗରୁ ଆରୋଗ୍ୟଲାଭ କରିବାଯୋଗ୍ୟ ବ୍ୟକ୍ତିମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଏକାଠିହେବା ପାଇଁ ଏହା ଏକ ସୁଯୋଗ ଆଣିଥାଏ। ଉକ୍ତ ଦିବସରେ କ୍ୟାନ୍‌ସର ପୀଡିତଙ୍କୁ ସମର୍ଥନ ଜଣାଇବା ଲାଗି ଶହ ଶହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଥିମଧ୍ୟରୁ ‘ହାସ୍‌ଟାକ ନୋ ହେୟାର ସେଲଫି’ ଅଭିଯାନରେ ଅନେକେ ଭାଗ ନେଇ ଲଣ୍ଡା ହୋଇ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚିକିତ୍ସାଧୀନ କ୍ୟାନ୍‌ସର ପୀଡିତଙ୍କ ମନୋବଳ ବୃଦ୍ଧି କରିଥାନ୍ତି। ୨୦୧୦-୨୦୧୧ରେ ‘କ୍ୟାନସର ଭଲ ହୋଇପାରିବ’ ସ୍ଲୋଗାନ୍‌ ନେଇ ଏହି ଦିବସ ପାଳନ କରାଯାଇଥିଲା ଓ ସେବେଠାରୁ ପ୍ରତିବର୍ଷ ଭିନ୍ନ ଭିନ୍ନ ସ୍ଲୋଗାନ୍‌ ସହ ପାଳନ କରାଯାଉଛି। କିନ୍ତୁ ୨୦୧୬ରେ କ୍ୟାନ୍‌ସର ଦିବସ ତିନି ବର୍ଷ ଲାଗି ଏକ ନିଦ୍ଦିଷ୍ଟ ସ୍ଲୋଗାନ୍‌ ‘ ଆମେ ପାରିବୁ, ମୁଁ ବି ପାରିବି’କୁ ନେଇ ପାଳନ କରିବା ଆରମ୍ଭ କରାଯାଇଥିଲା। ଏହାପରେ ୨୦୧୯ରୁ୨୦୨୧ ଯାଏ କ୍ୟାନ୍‌ସର ବିରୋଧ ଲଢେଇରେ ପୀଡିତଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଲାଗି ଏହି ଦିବସର ସ୍ଲୋଗାନ୍‌ ରଖାଯାଇଛି ‘ମୁଁ ଅଛି ଓ ମୁଁ ବଞ୍ଚତ୍ବି’।
ବିଶ୍ୱ କ୍ୟାନସର ଦିବସ ଅବସରେ ୧୦୦ଟିରୁ ଊର୍ଦ୍ଧ୍ୱ ଦେଶରେ ୯୦୦ରୁ ଅଧିକ କାର୍ଯ୍ୟକ୍ରମ ଆଯୋଜନ କରାଯାଉଛି। ଏବେ ବିଭିନ୍ନ ସହରରେ ମୁଖ୍ୟସ୍ଥାନଗୁଡ଼ିକୁ ନୀଳ ଓ କମଳା ରଙ୍ଗରେ ସଜ୍ଜାଯାଉଛି। ୨୦୧୯ରେ ୩୭ଟି ସହରରେ ୫୫ଟି ସ୍ଥାନକୁ ସଜ୍ଜାଯାଇଥିଲା। ସାମ୍ପ୍ରତିକ ସମୟରେ ବିଶ୍ୱରେ ପ୍ରତିବର୍ଷ କ୍ୟାନ୍‌ସରରେ ୭୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଏମାନଙ୍କ ମଧ୍ୟରେ ୩୦-୬୦ ବୟସ ମଧ୍ୟରେ ରହିଛନ୍ତି ୪୦ ଲକ୍ଷ। ଇଣ୍ଡିଆ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ନ୍ୟାଶନାଲ କ୍ୟାନ୍‌ସର ରେଜିଷ୍ଟ୍ରି ପ୍ରୋଗ୍ରାମ ଅନୁସାରେ ଭାରତରେ ପ୍ରତିଦିନ ଏହି ରୋଗରେ ୧୩୦୦ରୁ ଊର୍ଦ୍ଧ୍ୱ ଲେକଙ୍କ ମୃତ୍ୟୁ ଘଟୁଛି । ୨୦୧୨ରୁ ୨୦୧୪ ମଧ୍ୟରେ କ୍ୟାନସର ଜନିତ ମୃତ୍ୟୁହାର ୬ ପ୍ରତିଶତ ବୃଦ୍ଧି ପାଇଥିଲା ଓ ଏହା ବୃଦ୍ଧିପାଇଚାଲିଛି। ଏଣୁ ଏହି ରୋଗ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏଥିରୁ ରକ୍ଷା ପାଇବାର ଯୋଜନା ପ୍ରସ୍ତୁତ କରିବାର ସମୟ ଉପନୀତ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ୨୦୨୫ ସୁଦ୍ଧା ପ୍ରାଥମିକ ସ୍ତରରେ ଘଟୁଥିବା ମୃତ୍ୟୁ ୨୫ ପ୍ରତିଶତ କମାଇବା ପାଇଁ ଲକ୍ଷ୍ୟ ରଖିତ୍ଛି। ଏହା ପୂରଣ ହୋଇପାରିଲେ ପ୍ରତିବର୍ଷ ୧୫ ଲକ୍ଷ ପୀଡ଼ିତଙ୍କ ଜୀବନ ବଞ୍ଚାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri