ମୁମ୍ବାଇ,୨୪।୧୧: ଭାଜପା ଏବଂ ଏନସିପି ମେଣ୍ଟ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଦେଇପାରିବେ ବୋଲି ପୁଣି ନିଜ ମନ୍ତବ୍ୟ ଦୋହରାଇଛନ୍ତି ନବନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର। ଏହାସହ ସେ ଟୁଇଟ୍ ଯୋଗେ କହିଛନ୍ତି, ମୁଁ ଏନସିପିରେ ଅଛି, ଆଗକୁ ମଧ୍ୟ ରହିବି ଏବଂ ଶରତ ପାଓ୍ବାର ମୋ ନେତା। ଭାଜପା ଏବଂ ଏନସିପି ମେଣ୍ଟ ରାଜ୍ୟର କଲ୍ୟାଣ ପାଇଁ ଗମ୍ଭୀରତାର ସହ କାମ କରିବେ ବୋଲି ସେ କହିଛନ୍ତି। ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି, ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ, ସବୁକିଛି ଠିକ ଅଛି। କେବଳ ଧୈର୍ଯ୍ୟର ଆବଶ୍ୟକତା ରହିଛି। ଆପଣ ସମସ୍ତଙ୍କ ସମର୍ଥନ ପାଇଁ ଧନ୍ୟବାଦ ବୋଲି ପାଓ୍ବାର ଟୁଇଟ୍ ଯୋଗେ କହିଛନ୍ତି। ସୂଚନାଯୋଗ୍ୟ, ଅଜିତ ପାୱାର ଦଳର ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେଇଥିବାରୁ ଏବେ ଶରଦ ପାୱାର ଏକାକୀ ଦଳର ବିଧାୟକଙ୍କୁ ଏକ କରିବାରେ ଲାଗିପଡିଛନ୍ତି।