ନୂଆଦିଲ୍ଲୀ,୨୨।୩: ସାରା ଦେଶରେ ରବିବାର ପାଳନ କରାଯାଇଛି ‘ଜନତା କର୍ଫ୍ୟୁ’। କରୋନା ଭାଇରସର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ‘ଜନତା କର୍ଫ୍ୟୁ’ ପାଳନ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ କହିଛନ୍ତି ମୁଁ ଘରେ ବସି କାମ କରୁଛି। ଆପଣମାନେ ବି ‘ଜନତା କର୍ଫ୍ୟୁ’କୁ ସହଯୋଗ କରନ୍ତୁ ଅର୍ଥାତ୍ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଟୁଇଟ୍ କରି ରାଜନାଥ ଏହି ସୂଚନା ଦେଇଛନ୍ତି। ‘ଜନତା କର୍ଫ୍ୟୁ’ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ପାଳନ କରାଯାଉଥିବା ବେଳେ ସାରା ଦେଶର ରାସ୍ତାଘାଟ ଏକ ପ୍ରକାର ଶୂନ୍ଶାନ୍ ହୋଇଯାଇଛି। ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଛି।