‘ମୁଁ ଜଣେ ପାକିସ୍ତାନୀ, ଦୟାକରି ମୋତେ ଚାପୁଡା ମାରନ୍ତୁ ନଚେତ୍‌ କୋଳାଗ୍ରତ କରନ୍ତୁ’

କୋଲକାତା, ୧୨।୮:ପଶ୍ଚିମବଙ୍ଗର କୋଲକାତା ସହରର ଗଳିରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ପାକିସ୍ତାନକୁ ନେଇ ଲୋକଙ୍କ ଧାରଣା ଜାଣିବାକୁ ଜଣେ ଯୁବକ ପୋଷ୍ଟର ଧରି ଛିଡାହୋଇଛନ୍ତି। ଯେଉଁଥିରେ ଲେଖାଅଛି, ମୁଁ ଜଣେ ପାକିସ୍ତାନୀ, ଦୟାକରି ମୋତେ ଚାପୁଡା ମାରନ୍ତୁ ନଚେତ୍‌ କୋଳାଗ୍ରତ କରନ୍ତୁ। ଦୀର୍ଘ ୮ ଘଣ୍ଟା ଧରି ସେ ପୋଷ୍ଟର ଧରି ଛିଡା ହୋଇଥିଲେ। ତାଙ୍କୁ ଦେଖି ସମସ୍ତେ କୋଳାଗ୍ରତ କରିଥିଲେ, ଜଣେ ହେଲେ କେହି ତାଙ୍କୁ ଚାପୁଡା ମାରି ନ ଥିଲେ। ଭାନଗଢ ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷ ଗ୍ରାଜୁଏଶନ କରୁଥିବା ଛାତ୍ର ଅରିଫଉଦ୍ଦିନ ମୋଲ୍ଲା ନିଜ ପରୀକ୍ଷାର ନାଁ ଦେଇଛନ୍ତି, ପାକିସ୍ତାନକୁ ନେଇ ଲୋକଙ୍କ ଧାରଣାକୁ ବୁଝିବା। ଏଥିରୁ ସେ ଅନୁଭବ କରିଥିଲେ, ପାକିସ୍ତାନ ଲୋକଙ୍କ ପ୍ରତି ଭାରତୀୟଙ୍କ କୌଣସି ଶତ୍ରୁତା ନାହିଁ।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉେଚ୍ଛେଦ ପରେ ପାକିସ୍ତାନକୁ ନେଇ ଲୋକଙ୍କ ମତାମତ ଜାଣିବାକୁ ଚାହୁଁଥିଲେ ଅରିଫଉଦ୍ଦିନ। ସେଥିପାଇଁ ସେ ଏଭଳି ପରୀକ୍ଷା କରିଥିଲେ। ସ୍ବାଧୀନତା ଦିବସ ପୂର୍ବଦିନ ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହାକୁ ଭିଡିଓ ପୋଷ୍ଟ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image