‘ମୁଁ ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିଛି ସତ, କେବେହେଲେ ପ୍ରଥମ ସ୍ତ୍ରୀଙ୍କଠୁ ତାଙ୍କୁ ଅଲଗା କରିନାହିଁ’

ଡ୍ରିମ୍‌ଗାର୍ଲ ହେମାମାଳିନୀ ଏବଂ ଅଭିନେତା ଧର୍ମେନ୍ଦ୍ର ବଲିଉଡ୍‌ର ହିଟ୍‌ ଯୋଡି ମଧ୍ୟରୁ ଅନ୍ୟତମ। ପରଦାରେ ହେଉ ଅବା ପରଦା ବାହାରେ ଉଭୟଙ୍କ ସମ୍ପର୍କ ବେଶ୍‌ ନିବିଡ। ଇତିମଧ୍ୟରେ ଦୁହିଁଙ୍କ ବିବାହକୁ ୩୯ ବର୍ଷ ବିତିଗଲାଣି। ସମସ୍ତେ ଜାଣିଛନ୍ତି ହେମା ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହର ୩୯ ବର୍ଷ ପରେ ଏନେଇ ମୁହଁ ଖୋଲିଛନ୍ତି ହେମାମାଳିନୀ। ସେ କହିଛନ୍ତି, ‘ମୁଁ ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିଛି ସତ, କେବେହେଲେ ପ୍ରଥମ ସ୍ତ୍ରୀ ପ୍ରକାଶ କୌରଙ୍କଠୁ ତାଙ୍କୁ ଅଲଗା କରିନାହିଁ।’ ଏପରିକି ତାଙ୍କ ପାରିବାରିକ ଜୀବନରେ କେବେ ବି ହସ୍ତକ୍ଷେପ କରିନାହିଁ। ପ୍ରଥମେ ଧର୍ମେନ୍ଦ୍ର ଦେଖିବା ପରେ ମୁଁ ତାଙ୍କ ପ୍ରେମରେ ପଡିଯାଇଥିଲି। ତାଙ୍କୁ ବିବାହ କରିବାକୁ ଚାହୁଁଥିଲି। କିନ୍ତୁ ଏଥିପାଇଁ କାହା ମନ ଦୁଃଖ ହେଉ ଚାହଁୁ ନ ଥିଲି। ତେଣୁ ବିବାହ ପୂର୍ବରୁ ତାଙ୍କ ପାରିବାରିକ ଜୀବନରେ ହସ୍ତକ୍ଷେପ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି ବୋଲି ସେ କହିଛନ୍ତି।

Share