ମୁଁ ମୁସଲମାନ୍‌ ମୋ ସ୍ତ୍ରୀ ହିନ୍ଦୁ ମୋ ପିଲାଏ ହିନ୍ଦୁସ୍ତାନ: ଶାହରୁଖ

ମୁମ୍ବାଇ: ସାଧାରଣ ତନ୍ତ୍ର ଦିବସ ଅବସରରେ କିଙ୍ଗ ଖାଁ ଶାହରୁଖ୍‌ଙ୍କ ମନ୍ତବ୍ୟ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶାହରୁଖ୍‌ କହିଛନ୍ତି ଯେ, ମୁଁ ମୁସଲମାନ୍‌ ମୋ ସ୍ତ୍ରୀ ହିନ୍ଦୁ ମୋ ପିଲାଏ ହିନ୍ଦୁସ୍ତାନ। ରିୟଲିଟି ଶୋ ଡ୍ୟାନ୍ସ ପ୍ଲଶ୍‌-୫ରେ ଯୋଗଦେଇ ଶାହରୁଖ୍‌ ଏଭଳି କହିଛନ୍ତି। ଉପସ୍ଥିତ ଦର୍ଶକ ଶାହରୁଖ୍‌ଙ୍କ ଏଭଳି ମନ୍ତବ୍ୟ ପରେ ତାଳି ମାରିବା ଆରମ୍ଭ କରିଥିଲେ। ଶାହରୁଖ୍‌ କହିଥିଲେ ଯେ, ତାଙ୍କ ଝିଅ ସ୍କୁଲରେ ପଢ଼ିବା ସମୟରେ ସେ କେଉଁ ଧର୍ମର ବୋଲି ପ୍ରୋଫାଇଲ୍‌ ପୂରଣ କରିବାକୁ ପଚାରିଥିଲେ। ଏହି ସ୍ଥାନରେ ଶାହରୁଖ୍‌ ଇଣ୍ଡିଆନ୍‌ ଲେଖଥିଲେ। ଶାହରୁଖଙ୍କ ଘରେ ହିନ୍ଦୁ ତଥା ମୁସଲମାନ୍‌ ଧର୍ମର ସମସ୍ତ ଉତ୍ସବ ପାଳିତ ହେଉଥିବା କହିଥିଲେ। ଏବେ ଶାହରୁଖ୍‌ଙ୍କ ମନ୍ତବ୍ୟ ସମ୍ବଳିତ ଏହି ୩୬ ସେକେଣ୍ଡର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର ଏହାକୁ ଲାଇକ୍‌ କରିବା ସହିତ ଶେୟାର ମଧ୍ୟ କରୁଛନ୍ତି।

Share