ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍‌ କରନ୍ତୁ ନାହିଁ

ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍‌ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ ବ୍ୟକ୍ତି ଅଡୁଆରେ ପଡିଯାଇଛନ୍ତି। ସନ୍ନି ନିକଟରେ ଏକ ଫିଲ୍ମ ଡାଇଲଗ୍‌ କହିବା ବେଳେ ତାଙ୍କ ଫୋନ୍‌ ନମ୍ବର କହୁଛନ୍ତି। ଆଉ ଏହି ନମ୍ବର ପାଇବା ପରେ ବହୁ ବ୍ୟକ୍ତି ଫୋନ୍‌ କରିବା ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ ଫୋନ୍‌ କରି ଅଶ୍ଳୀଳ କଥା ମଧ୍ୟ କହୁଛନ୍ତି। ଅସଲରେ ଏହି ନମ୍ବରଟି ସନ୍ନି ଲିଓନଙ୍କର ନୁହେଁ ଏହା ହେଉଛି ମୋର୍ଯ୍ୟ ଏନକ୍ଲେଭରେ ରହୁଥିବା ଜଣେ ବ୍ୟକ୍ତିଙ୍କର। ସେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଜଣାପଡିଛି। ଗତ ପ୍ରାୟ ୨-୩ ଦିନ ହେବ ତାଙ୍କ ଫୋନ୍‌କୁ ଦିନକୁ ପାଖାପାଖି ୩ଶହ କଲ୍‌ ଆସୁଥିବାରୁ ସେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। ଏନେଇ ସେ ପୋଲିସରେ ଅଭିଯୋଗ କରିବା ସହ ସେ ସନ୍ନି ଲିଓନ ନୁହେଁ ବୋଲି ଯେତେ କହିଲେ ମଧ୍ୟ ତାଙ୍କ କଥା କେହି ନ ଶୁଣି ଓଲଟା ତାଙ୍କୁ ଅଶ୍ଳୀଳ କଥା କହୁଥିବା ସେ ଅଭିଯୋଗ ଆଣିଛନ୍ତି।

Share