ମୁକାବିଲା ପାଇଁ ୧୦୦ କୋଟି ଡଲାର ଦେବ ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ,୧୬ା୫: ଭାରତର କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ସହାୟତା ପାଇଁ ବିଶ୍ୱବ୍ୟାଙ୍କ ୧୦୦ କୋଟି (୧ ବିଲିୟନ) ଡଲାର ଯୋଗାଇଦେବ। କରୋନା ମହାମାରୀ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଗରିବ ଓ ଅସହାୟ ପରିବାରଙ୍କୁ ସହାୟତା ଯୋଗାଇଦେବାରେ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହାକୁ ମିଶାଇ ଭାରତକୁ ବିଶ୍ୱବ୍ୟାଙ୍କର କୋଭିଡ୍‌-୧୯ ସହାୟତା ୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତ ମାସରେ ଭାରତର ସ୍ବାସ୍ଥ୍ୟସେବା ସେକ୍ଟରକୁ ସହାୟତା ଲାଗି ଏହି ଅନ୍ତର୍ଜାତୀୟ ସଂଗଠନ ୧ ବିଲିୟନ ଡଲାର ସହାୟତା ଘୋଷଣା କରିଥିଲା। ଭାରତର ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ଉନ୍ନତି ଲାଗି ବିଶ୍ୱବ୍ୟାଙ୍କ ଭାରତ ସରକାରଙ୍କ ସହ ମିଶି କାମ କରିବ ବୋଲି ଏହାର ନିର୍ଦ୍ଦେଶକ ଜୁନାଇଦ୍‌ ଅହମଦ କହିଛନ୍ତି।

Share