ମୁକୁଳା ପଡ଼ିଛି ତ୍ରିବେଣୀନଗର ଡ୍ରେନ୍‌

ବ୍ରହ୍ମପୁର ଅଫିସ,୯ା୬-ବ୍ରହ୍ମପୁରକୁ ସ୍ବଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ବହୁ ପଦକ୍ଷେପ ନେଉଛି। ଫାଉଣ୍ଟେନଠାରୁ ଆରମ୍ଭ କରି ସହରର କାନ୍ଥଗୁଡିକରେ ୱାଲ ପେଣ୍ଟିଂ, ଆବର୍ଜନାରୁ ପ୍ରସ୍ତୁତ ବିଭିନ୍ନ ମଡେଲକୁ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ କରିବା ଲାଗି ନିଗମ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ସହରର ମୂଳ ସମସ୍ୟା ଡ୍ରେନ୍‌ ଓ ରାସ୍ତା ମରାମତି କାର୍ଯ୍ୟ ପ୍ରତି ଅଣଦେଖା କରୁଛି ା କିଛିମାସ ପୂର୍ବେ ଓଡିଆରପି ଓ ଉନ୍ନତି ଯୋଜନାରେ ସହରର ପ୍ରତି ୱାର୍ଡରେ ଡ୍ରେନ୍‌ର ପୁନରୁଦ୍ଧାର ଓ ରାସ୍ତା ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲେ ମଧ୍ୟ ଏଯାଏ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ ା ଆଗକୁ ବର୍ଷାଦିନ ା କିନ୍ତୁ ଏବେ ଅନେକ ଅଞ୍ଚଳ ଡ୍ରେନ୍‌ର ପୁନରୁଦ୍ଧାର କାର୍ଯ୍ୟ ସରି ନାହିଁ ା ପୁଣି ସହରରେ ବର୍ଷାଦିନେ କୃତ୍ରିମ ବନ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ା
ମହାନଗର ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡ ଡ୍ରେନ୍‌ଗୁଡିକର ପୁନରୁଦ୍ଧାର, ମରାମତି ସହ କଭର ସ୍ଲାବ୍‌ ପକାଇବାକୁ ନେଇ ୨୦୧୮ରେ ନିଗମ ପକ୍ଷରୁ ଯୋଜନା ହୋଇଥିଲା ା
ଓଡିଆରପି, ନିଗମର ନିଜସ୍ବ ପାଣ୍ଠି ଓ ଉନ୍ନତି ଯୋଜନାରେ ଆସିଥିବା ଟଙ୍କାରେ ସହରର ସମସ୍ତ ରାସ୍ତା ଓ ଡ୍ରେନ୍‌ ମରାମତି କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ା
ଇତି ମଧ୍ୟରେ କେତେକ ଅଞ୍ଚଳରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ା କିନ୍ତୁ ୧୮ ନଂ. ୱାର୍ଡ ଅନ୍ତର୍ଗତ ଆସ୍କାରୋଡ ନିକଟସ୍ଥ ତ୍ରିବେଣୀ ନଗର ଦେଇ ଯାଇଥିବା ମୁଖ୍ୟ ଡ୍ରେନ୍‌ ମୁକୁଳା ପଡିଛି ା ଏଯାଏ ଡେନ୍‌ର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି ା
ଅଭିଯୋଗ ପ୍ରକାରେ, ଡ୍ରେନ୍‌ଟି ମୁଖ୍ୟରାସ୍ତାଠାରୁ ମାତ୍ର ୩୦ ମିଟର ଦୂରରେ ରହିଛି ା ଦୀର୍ଘ ବର୍ଷ ଧରି ଡ୍ରେନ୍‌ର ମରାମତି ତଥା ପୁନରୁଦ୍ଧାର ହୋଇ ନାହିଁ ା
ଅନ୍ୟପକ୍ଷରେ ନିୟମିତ ଡ୍ରେନ୍‌ ସଫେଇ ହେଉ ନ ଥିବାରୁ ଅଳ୍ପ ବର୍ଷାରେ ପାଣି ରାସ୍ତା ଉପରେ ଜମି ରହୁଛି ା ଏହି ଡ୍ରେନ୍‌ ଆଖପାଖରେ ପ୍ରାୟ ୧୦୦ ପରିବାର ବାସ କରୁଥିବା ବେଳେ ଏହାର ଦୁର୍ଗନ୍ଧ ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ା ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ଯୋଗୁ ରାତିରେ ରହିବା କଷ୍ଟକର ହେଉଛି ା
ବର୍ଷା ଦିନ ପୂର୍ବରୁ ଡ୍ରେନ୍‌ର ପୁନରୁଦ୍ଧାର ତଥା ମରାମତି ଲାଗି ପଦକ୍ଷେପ ଗ୍ରହଣ କରାଯିବାକୁ ଅଞ୍ଚଳାବାସୀ ଦାବି କରିଛନ୍ତି ା
ବର୍ତ୍ତମାନ ଓଡିଆରପିରେ ଉକ୍ତ ଅଞ୍ଚଳ ସମେତ ସହରର ଅନେକ ଅଞ୍ଚଳର ଡ୍ରେନ୍‌ ଓ ରାସ୍ତା ମରାମତି ପାଇଁ ଟେଣ୍ଡର ସରିଛି ା ଖୁବଶୀଘ୍ର ତ୍ରିବେଣୀ ନଗର ସମେତ ସହରର ଅନ୍ୟାନ୍ୟ ଅଞ୍ଚଳର ମଧ୍ୟ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ନିଗମ କମିଶନ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri