Categories: ଜାତୀୟ

ମୁକୁଳିବେ ନଜରବନ୍ଦୀ ଥିବା ଜମ୍ମୁ-କଶ୍ମୀରର ୩ ନେତା

ନୂଆଦିଲ୍ଲୀ,୧୦।୧୦: ବିଭିନ୍ନ ସର୍ତ୍ତ ଆଧାରରେ ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ୩ ନେତା ଗୁରୁବାର ମୁକୁଳିବେ ବୋଲି ଜଣାପଡିଛି। ବୁଧବାର ଏସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ବଣ୍ଡ ସାଇନ୍‌ କରିବା ପରେ ମୁକୁଳିବେ। ଏହି ୩ ନେତା ହେଲେ ୟଓ୍ବାର ମିର, ନୁର ମହମ୍ମଦ ଓ ସୋୟେବ ଲୋନେ। ମିର ପିଡିପିର ନେତା ହୋଇଥିବା ବେଳେ ଲୋନେ କଂଗ୍ରେସରୁ ଲଢି ପରାଜିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି। ସେହିପରି ମହମ୍ମଦ ନ୍ୟାଶନାଲ କନଫରେନ୍ସର ଜଣେ ସକ୍ରିୟ କର୍ମୀ। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଉତ୍ତେଜନା ପରିସ୍ଥିତିକୁ ଲକ୍ଷ୍ୟ କରି ଅଧିକାଂଶ ନେତାଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା।

Share