Categories: ଜାତୀୟ

ମୁକୁଳିଲେ ଭାଜପା ବିଧାୟକ ଆକାଶ

ଇନ୍ଦୋର,୩୦।୬: ଭୋପାଳ ସ୍ପେଶାଲ କୋର୍ଟରୁ ଶନିବାର ଜାମିନ ମିଳିବା ପରେ ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ତେବେ ଜେଲ୍‌ରେ ସେ ଭଲ ସମୟ କାଟିଥିବା ବାହାରିବା ପରେ କହିଛନ୍ତି। ତାଙ୍କୁ ନେବା ପାଇଁ ଭାଇ ଅଳ୍ପେଶ ବିଜୟଭର୍ଗିୟ, ବିଧାକ ରମେଶ ମେନ୍ଦୋଲା ଓ ଜିଲା ପରିସଦ ସଦସ୍ୟ ଚନ୍ଦୁ ସିନ୍ଦେ ପହଞ୍ଚିଥିଲେ। ଆକାଶ ସକାଳ ୧୦ରେ ମୁକୁଳିବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏପଟେ ତାଙ୍କୁ ପାଛୋଟି ଆଣିବାକୁ ଏକ ରାଲିର ଆୟୋଜନ କରାଯାଇଥିଲା। ହେଲେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲ ଓ ଜିଲା ପ୍ରଶାସନ ତାଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଛାଡି ଦେଇଥିଲେ। ସୂଚନାଯୋଗ୍ୟ, ନଗର ନିଗମର ଜଣେ କର୍ମଚାରୀଙ୍କୁ ବ୍ୟାଟରେ ପିଟିବା ଅଭିଯୋଗରେ ଆକାଶ ଜେଲ ଯାଇଥିଲେ।

Share