କେସିଙ୍ଗା, ୯।୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଁଚେତ୍ ଅଧୀନ ଗୋଟିପଡ଼ାର କପିଳେଶ୍ୱର ସାହୁ(୬୫) ଆର ମାଏକିନା ମଥୁରା ସାହୁ(୬୨)। ଇ ବୁରୁଧ୍ ଦମ୍ପତି ଅଭାବ ଅନାଟନ ଲାଗି ୩୦ ବଛର ହେଲା ଗୁଟେ ଭଂଗା ଦଦ୍ରା ଝାଟିମାଟି କୁରିଆରେ ବଡ଼ା ଗୁଲ୍ଗୁଲା ହେଇ ରହୁଥିଲେ। ଇ ବାବ୍ଦେ ଗଲା ଜୁନ୍ ୩୦ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଡିହ ମିଲିଛେ, ଘରଖଁଡ଼େ ଆଶ୍ରେ ୧୯ ବଛର’ ଶୀରଷକ୍ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଘଟନାର ତଦଁତ କରି ବୁରୁଧ୍ ଦମ୍ପତିକେ ଘର ଯୁଗେଇ ଦେବାକେ ମୁଖ୍ୟମନ୍ତ୍ରୀକଁର ତପ୍ତରରୁ ନିରଦେଶ ଆସିଥିଲା।
ସୂଚନା ହିସାବେ ଗୋଟିପଡ଼ାର କପିଳେଶ୍ୱର ସାହୁ ଝନେ ନିହାତି ଗରିବ୍ ଆର ଖଟିଖିଆ ଲୋକ୍ ଆଏ। ଏନ୍ତାଥି ସେ ଅଭାବ ଅନାଟନ ଲାଗି ଜୀବନ୍ଯାକ ଭଲ ଘର ବଖରେ ତିଆର କରି ନାଇଁପାରି। କପିଲେଶ୍ୱର ଆର ତାକର ମାଏକିନା ୨୦୦୦ ସାଲେ ସରକାରନୁ ପାଇଥିବାର ୪ ଡେସିମିଲ ଡିହରେ ଗୁଟେ ଝାଟିମାଟି ଘର କରି ମୁଡ଼ ଗୁଁଜିଥିଲେ। ହେଲେ ଗଲା ବଛର ବରଷାରେ ତାକର କୁରିଆଟା ଭାଂଗି ଯାଇଥିଲା। କପିଳେଶ୍ୱର ତହସିଲରେ ଯାଇ ଗୁହାରପାତ କଲାରୁ ତାହାକୁ ତାରପଲିନ୍ ଖଁଡ଼େ ମିଲିଥିଲା। ହେଲେ ଘରଡିହ ପଟ୍ଟା ପାଏବାର ୧୯ ବଛର ବିତିଯାଇଥିଲେ ବି ସରକାରୀ ଯୋଜନାରେ ଘରଖଁଡ଼େ ପାଏବାରୁ ସେ ବଁଚିତ୍ ଥିଲେ। ଇ ବାବ୍ଦେ ଗଲା ଜୁନ୍ ୩୦ ତାରିଖ ଧରିତ୍ରୀ ସମ୍ବଲପୁରରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲାରୁ ଘଟନାର ତଦଁତ୍ କରି କପିଳେଶ୍ୱରକୁଁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ମୁଖ୍ୟମନ୍ତ୍ରୀକଁର ଦପ୍ତରରୁ ନିରଦେଶ ଆସିଥିଲା। ପଛେ ବ୍ଲକ ପରଶାସନ କପିଳେଶ୍ୱରକୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗଲା ଅକ୍ଟୋବର ମାସେ ଘର ତିଆରିବାର ଲାଗି କାର୍ଯ୍ୟାଦେଶ ଦେଇଛେ। ସେନ୍ତା ଗୋଟିପଡ଼ାର ଗୁଞ୍ଜ ଚନ୍ଦ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେଇ କାର୍ଯ୍ୟାଦେଶ ପାଇଛନ୍। ଇ ଦୁଇ ପରିବାର ଘର ପାଏଲା ଉତାରୁ ଖବର ପରସାରନ କରି ଘଟନାକେ ପରଶାସନର ନଜରକେ ଆନିଥିବାରୁ ଧରିତ୍ରୀ ପରିବାରକେ ଧଏନ୍ବାଦ ଦେଇଛନ୍।
Posted inଆମ ଜିଲା ଖବର, କଳାହାଣ୍ଡି