Categories: ଖେଳ

ମୁଖ୍ୟମନ୍ତ୍ରୀଙ୍କୁ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍ସ ଆୱାର୍ଡ

ଭୁବନେଶ୍ୱର, ୩।୧୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମୀର ଦ୍ରୁତ ବିକାଶ ଘଟିଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏଠାରେ ଗତ କିଛିବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ବହୁ ବଡ଼ ଟୁର୍ନାମେଣ୍ଟ ସମ୍ଭବ ହୋଇ ପାରିଛି। ରାଜ୍ୟ ସରକାର ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏହାର ପୁରସ୍କାର ମଧ୍ୟ ରାଜ୍ୟ ସରକାରଙ୍କୁ ମିଳିବାରେ ଲାଗିଛି। କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ଅବସରରେ ଶନିବାର ଅନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ନରିନ୍ଦର ବାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍ସ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ୨୦୧୮ରେ ଦିଲ୍ଲୀଠାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ କଂଗ୍ରେସ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

Share