ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଓବିସି, ଏସ୍‌ଇବିସିଙ୍କୁ ଅଧିକ ସଂରକ୍ଷଣ ଦେବାକୁ ଦାବି

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଓବିସି ଓ ଏସ୍‌ଇବିସିଙ୍କୁ ସ୍ଥାନ ସଂରକ୍ଷଣ ନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଧର୍ମେନ୍ଦ୍ର ନିଯୁକ୍ତି କ୍ଷେତ୍ରରେ ଓବିସି ଓ ଶିକ୍ଷା କ୍ଷେତ୍ରରେ ଏସ୍‌ଇବିସିଙ୍କୁ ଅଧିକ ସଂରକ୍ଷଣ ଦେବାକୁ ଦାବି କରିଛନ୍ତି।

ରାଜ୍ୟରେ ୨୦୯ଟି ଜାତି ଏସ୍‌ଇବିସି ବର୍ଗରେ ସାମିଲ ଅଛନ୍ତି। କେନ୍ଦ୍ର ସରକାର ଓବିସିଙ୍କୁ ୨୭% ସଂରକ୍ଷଣ ଦେବାକୁ ସୁବିଧା ଦେଇଛନ୍ତି। ଦୀର୍ଘ ୩୦ ବର୍ଷ ପରେ ବି କାହିଁକି ସଂରକ୍ଷଣ ଦିଆଯାଉନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାଛଡ଼ା କିଛି ରାଜ୍ୟରେ ୨୭%, ତାମିଲନାଡ଼ୁରେ ପଛୁଆବର୍ଗଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା ରହିଛି। ଓଡ଼ିଶାରେ ଓବିସି ଅଧିକ ଥିଲେ ମଧ୍ୟ ସେହି ଅନୁପାତରେ ସଂରକ୍ଷଣ ନାହିଁ। ଓବିସି କମିଶନ ଗଠନ କରି ଜନସଂଖ୍ୟା ବିଭାଗ ଅନୁଯାୟୀ ସଂରକ୍ଷଣ କରାଯାଉ ବୋଲି ସେ କହିଛନ୍ତି।

Share