Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ୍‌ ପଡିଲା ମହଙ୍ଗା: ୧୩୮ଜଣଙ୍କ ନାଁରେ କେସ୍‌ ରୁଜୁ

ଥିରୁଭାନନ୍ତପୁରମ୍‌, ୧୩।୬: ଆଜିକାଲି ସୋସିଆଲ ମିଡିଆରେ ସରକାର, ନେତା ଏବଂ ମନ୍ତ୍ରୀଙ୍କ ନାଁରେ ଆପତ୍ତିଜନକ ଟିପ୍ପଣୀ ଅଭିଯୋଗରେ ଲୋକଙ୍କ ବିରୋଧରେ କେସ୍‌ ରୁଜୁ ହେବା ଚର୍ଚ୍ଚାର ବିଷୟ ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ ଏବଂ ଏଲଡିଏଫର ଅନ୍ୟ ନେତାଙ୍କୁ ଆପତ୍ତିଜନକ ଟିପ୍ପଣୀ ଅଭିଯୋଗରେ ୧୩୮ଜଣଙ୍କ ନାଁରେ କେସ୍‌ ରୁଜୁ ହୋଇଛି। ଏଥିମଧ୍ୟରୁ ବହୁସଂଖ୍ୟାରେ ନାଗରିକ ଏବଂ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଫେସବୁକ୍‌ ଏବଂ ହ୍ବାଟ୍ସଆପ୍‌ରେ ବେଶୀ ସଂଖ୍ୟାରେ ଏଭଳି ଅଶାଳୀନ ମନ୍ତବ୍ୟ ଦିଆଯାଉଛି ବୋଲି ପୋଲିସ କହିଛି।

Share