Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଷ୍ଟିକରେ ଉପହାର ଦେଇ ଜରିମାନା ଗଣିଲେ ମେୟର

ବେଙ୍ଗାଲୁରୁ,୪।୮: କର୍ନାଟକ ବେଙ୍ଗାଲୁରୁର ମେୟର ଗଙ୍ଗାମବିକି ମଲ୍ଲିକାର୍ଜୁନ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। କାରଣ ନିକଟରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ସାକ୍ଷାତ୍‌ କରି ଯେଉଁ ଉପହାର ଦେଇଥିଲେ ତାହା ଏକ ପ୍ଲାଷ୍ଟିକ ଜରିରେ କଭର କରାଯାଇଥିଲା। ଏଥିପାଇଁ ତାଙ୍କୁ ୫ ଶହ ଟଙ୍କା ଜରିମାନା ଦେବାକୁ ପଡିଛି। ସୂଚନାଯୋଗ୍ୟ, ୨୦୧୬ରୁ ବୃହତ ବେଙ୍ଗାଲୁରୁ ମହାନଗର ପାଳିକା ଦ୍ୱାରା ବେଙ୍ଗାଲୁରୁରେ ପ୍ଲାଷ୍ଟିକ ବର୍ଜନ କରାଯାଇଛି। ତେଣୁ ଏହାପରେ ପ୍ଲାଷ୍ଟିକର ବ୍ୟବହାର କଲେ ସେଠାରେ ଜରିମାନା ଦେବାକୁ ପଡୁଛି। ମେୟର ମଧ୍ୟ ଏହି ନିୟମରୁ ବାଦ୍‌ ପଡି ନାହାଁନ୍ତି।

Share