Categories: ମେଟ୍ରୋ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୌତମ ଆଦାନୀ

ଭୁବନେଶ୍ୱର,୯ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶନିବାର ଜଣାଶୁଣା ଶିଳ୍ପପତି ଗୌତମ ଆଦାନୀ ନବୀନ ନିବାସରେ ଭେଟିଛନ୍ତି। ଏହି ବୈଠକରେ ଆଦାନୀ ଗ୍ରୁପ୍‌ର ରାଜ୍ୟରେ ପୁଞ୍ଜିନିବେଶ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ଲଜିଷ୍ଟିକ୍‌, ଶିଳ୍ପଭିତ୍ତିକ ପାର୍କ, ନୂତନ ବୈଷୟିକ ବିଦ୍ୟା ଏବଂ ମେଟାଲ ଶିଳ୍ପ କ୍ଷେତ୍ରରେ ନିବେଶ କରିଛି। ଏହି ବୈଠକରେ ଆଦାନୀ ପୋର୍ଟସର ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) କରନ୍‌ ଆଦାନୀ ମଧ୍ୟ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଆଦାନୀ ଗ୍ରୁପ୍‌ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ସ୍ବତନ୍ତ୍ର ସଚିବ ଡି.ଏସ୍‌ କୁଟ୍ଟେ, ଆଇଆରଟିଏସ୍‌ ଅଧିକାରୀ ତଥା ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିଭଳି ଏହି ବୈଠକ ପୂର୍ବରୁ ଜାତୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ନିର୍ଦ୍ଦେଶକ ଏ.ଗଡନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

Share