ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌କୁ ଓଡ଼ିଶାବାସୀଙ୍କ ସମର୍ଥନ: ୨୪ ଘଣ୍ଟାରେ ୧ଲକ୍ଷରୁ ଅଧିକ ଲୋକେ ଘରୁ ନ ବାହାରିବାକୁ ନେଲେ ଶପଥ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ଜୋରଦାର୍‌ ଉଦ୍ୟମ ଚଳାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ ବାର୍ତ୍ତା ଦେଇ ଘରୁ ନ ବାହାରିବାକୁ ଶପଥ ନେବାକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ଅନୁପ୍ରାଣୀତ ହୋଇ ଗତ ୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ଲୋକ ଏହି ଶପଥ ପାଠ କରିଥିବା ବେଳେ ନିଜ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଛନ୍ତି। ଶପଥ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ବାକି ଥିବା ବ୍ୟକ୍ତିମାନେ ଏ ନେଇ ଶପଥ ନିଅନ୍ତୁ। ଏହି ଶପଥ ନିଜକୁ, ପରିବାରକୁ ଏବଂ ଓଡ଼ିଶାବାସୀଙ୍କୁ ବଞ୍ଚାଇବାରେ ସହାୟକ ହେବ ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share