ସୁନ୍ଦରଗଡ଼,୫ା୧୧(ଡି.ଏନ୍.ଏ.): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ଠିକା ନିଯୁକ୍ତି ଅବଧିକୁ ମୂଳ ନିଯୁକ୍ତିରେ ଗଣନା କରି ସେହି ଅବଧି ପାଇ ନ୍ୟାଶନାଲ ଇନ୍କ୍ରିମେଣ୍ଟ ପ୍ରଦାନ,ସପ୍ତମ ବେତନ କମିଶନ ଆଧାରରେ କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନ୍ସନ୍ ନୀତି ଉଚ୍ଛେଦ କରାଯାଇ ପୁରୁଣା ପେନ୍ସନ୍ ଲାଗୁ ଆଦି ୪ ଦଫା ଦାବି ନେଇ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆବାହକ ହୋତେଶ୍ବର ଶେଖରଦେଓଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ସଦର ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକଶିକ୍ଷୟିତ୍ରୀ /ଶିକ୍ଷକ ସ୍ଥାନୀୟ ଶିକ୍ଷକ ସଂଘ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷାଧିକାରୀ ଲାଲିମା ଗ୍ଲୋରିଆ ଡୁଙ୍ଗ୍ଡୁଙ୍ଗ୍ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।