ଗୁଆହାଟୀ,୨୩।୧: ଆସାମର ପ୍ରତିଷ୍ଠିତ ୮ସଙ୍ଗଠନର ୬୪୪ ସନ୍ତ୍ରାସବାଦୀ ୧୭୭ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି ଏହା ରାଜ୍ୟ ପାଇଁ ଓ ପୋଲିସ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ। ପୋଲିସର ସୂଚନା ଅନୁଯାୟୀ, ଉଲ୍ଫା(ଆଇ), ଏନ୍ଡିଏଫ୍ବି, ଆର୍ଏନ୍ଏଲ୍ଏଫ୍, କେଏଲ୍ଓ, ସିପିଆଇ(ମାଓବାଦୀ), ଏନ୍ଏସ୍ଏଲ୍ଏ, ଏଡିଏଡ଼୍ ଓ ଏନ୍ଏଲ୍ଏଫ୍ବିର ଏହି ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।