ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଚିନିକଳ କର୍ମଚାରୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ ଅଫିସ/ବିଜେପୁର, ୧୭ା୧୦- ବରଗଡ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ’ରେ ବିଜେପୁର ଅଞ୍ଚଳରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର କରୁଛନ୍ତି। ଅପରପକ୍ଷରେ ବୁଧବାରଠାରୁ ସ୍ଥାନୀୟ ଜାରି ନିକଟ ବିଜେପୁର-ବରଗଡ଼ ରାସ୍ତାର ପ୍ରେମାବନ୍ଧ ସମ୍ମୁଖରେ ବରଗଡ଼ ତୋରା ସମବାୟ ଚିନିକଳ କର୍ମଚାରୀମାନେ ୨୫ ମାସର ଦରମା ପ୍ରଦାନ ନ ଦେବା ଏବଂ ଗତ ଫେବୃୟାରୀରେ ସୋହେଲା ଇଚ୍ଛାପାଲିରେ କାଳିଆ ଯୋଜନା ନେଇ ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀ ବରଗଡ଼ ତୋରା ସମବାୟ ଚିନିକଳ ପାଇଁ ଘୋଷଣା କରିଥିବା ୧୧ କୋଟି ଟଙ୍କାର ପ୍ୟାକେଜର କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳି ନ ଥିବା ପ୍ରତିବାଦରେ ଧାରଣାରେ ବସିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ପ୍ରଚାର କରୁଥିବାବେଳେ ଦିନ ପ୍ରାୟ ୧୧ଟାରେ ପୋଲିସ ଧାରଣାକାରୀଙ୍କୁ ଉଠାଇ ନେଇଛି। ସେମାନଙ୍କୁ ସୋହେଲା ଥାନାରେ ରଖାଯାଇଛି ବୋଲି ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ଗତ ସୋମବାର ଓ ମଙ୍ଗଳବାର ସେମାନେ ବରଗଡ ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ମାତ୍ର କିଛି ସୁଫଳ ନ ମିଳିବାରୁ ସେମାନେ ଧାରଣାରେ ବସିଥିଲେ ।

Share