Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜୁନ୍‌ ୨୬ରେ ୧ କୋଟି ଲୋକଙ୍କୁ ମଳିବ ନିଯୁକ୍ତିି

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଜୁନ୍‌ ୨୬ରେ ଏକକାଳୀନ ଏକ କୋଟି ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତାରେ ଏକ କୋଟି ଲୋକଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ପାଇବାକୁଥିବା ଲୋକଙ୍କ ମଧ୍ୟରୁ ପଚାଶ ପ୍ରତିଶତ ମନରେଗା ଅଧୀନରେ ପଞ୍ଜୀକୃତ ଅଛନ୍ତି। ଏକକାଳୀନ ଏତେ ପରିମାଣର ଚାକିରି ଯୋଗାଇ ଦେବାରେ ଉତ୍ତର ପ୍ରଦେଶର ଦେଶର ପ୍ରଥମ ରାଜ୍ୟ ହେବ। ମନରେଗା ବ୍ୟତୀତ କୁଶଳୀ ଶ୍ରମିକ ଭାବରେ ଅନେକ ଶିଳ୍ପ, କମ୍ପାନୀ ଏବଂ ପ୍ରତିଷ୍ଠାନରେ ମଧ୍ୟ ବ୍ୟାପକ ପରିମାଣରେ ଚାକିରି ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଚାକିରି ଦେବା ଯୋଜନା ଗୁଡିକର ସମୀକ୍ଷା କରିଛନ୍ତି।

Share