ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିଜେଡି ପକ୍ଷରୁ ରୋଗୀଙ୍କୁ ଫଳ,ବସ୍ତ୍ର ବଣ୍ଟନ

ମୁନିଗୁଡ଼ା,୧୬।୧୦(ଡି.ଏନ୍‌.ଏ.): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସ ଅବସରରେ ରାୟଗଡ଼ା ଜିଲା ମୁନିଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ୱାର୍ଡରେ ଥିବା ୩୦ରୁ ଊଦ୍ଧର୍‌ବ ରୋଗୀଙ୍କୁ ଫଳ ଓ ବସ୍ତ୍ର ବଣ୍ଟନ କରାଯାଇଛି। ବ୍ଲକ ସଭାପତି ରତନଲାଲ ଜୈନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଛି।
ସେହିପରି ମୁନିଗୁଡ଼ାଠାରେ ଥିବା ନ୍ୟୁହୋପ୍‌ ଅନୁଷ୍ଠାନରେ ଥିବା ୨୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କୁ ଫଳ ଓ ବସ୍ତ୍ର ବଣ୍ଟନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମୁନିଗୁଡ଼ା ବିଜୁ ଜନତା ଦଳର ନେତ୍ରୀ ତଥା ରାୟଗଡ଼ା ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷା ଶକୁନ୍ତଳା ନୁଣ୍ଡୁରୁକା, ଅନିଲ ତାରିଣୀ, ବୃନ୍ଦାବନ ପାଢ଼ୀ, ପ୍ରଶାନ୍ତ ମାଦଳା ପ୍ରମୁଖ ଉପସ୍ଥିତ ଥିଲେ।