ମୁଖ୍ୟମନ୍ତ୍ରୀଙ୍କ ନଁ।ରେ ଏତଲା ଦେଲା କୃଷକ ସଙ୍ଗଠନ

ଛତ୍ରପୁର,୧୭ା୧୨(ଡି.ଏନ.ଏ)-କାଳିଆ ଯୋଜନାରେ ରାଜ୍ୟ ସରକାର ଲୋକଙ୍କୁ ଠକିଥିବା ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନଁ। ରେ ଠକେଇ, ବିଶ୍ୱାସଭଙ୍ଗ ଓ ବିଶ୍ୱାସଘାତକ ପାଇଁ ଆଇନଗତ ତଦନ୍ତ କରି ମାମଲା ରୁଜୁ କରିବାକୁ ଦାବି ହୋଇଛି । ଏନେଇ ସୋମବାର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗଞ୍ଜାମ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଡିଏସ୍‌ପି ଉତ୍କଳ କେଶରୀ ଦାସଙ୍କୁ ପ୍ରଦାନ କରାଯାଇଛି ା କାଳିଆ ଯୋଜନା ରାଜ୍ୟ ସରକାର ଆରମ୍ଭ କରି ଚାଷୀ, ଭୂମିହୀନମାନଙ୍କୁ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା ହୋଇଥିଲା ା ମାତ୍ର ଆପତ୍‌କାଳୀନ ପାଣ୍ଠିରୁ ଅର୍ଥ ଏବାବଦରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି ା
ଏପରିକି ସମସ୍ତଙ୍କୁ ଏହି ଅର୍ଥ ମିଳିନି। ତରବରିଆ ଭାବେ ହିତାଧିକାରୀ ଚୟନ କରାଯାଇଥିବାରୁ କାଳିଆ ଯୋଜନା ଅର୍ଥ ବଡ ବ୍ୟବସାୟୀ, ଚାକିରିଆ, ପରିବାରର ଏକାଧିକ ସଦସ୍ୟଙ୍କୁ ପ୍ରଦାନ କରାଯାଇଛି ା ଏଣୁ ମୁଖ୍ୟମନ୍ତ୍ରୀଙ୍କ ନଁାରେ ମାମଲା ରୁଜୁ କରିବାକୁ ସଂଙ୍ଗଠନ ପକ୍ଷରୁ ଅନୁରୋଧ କରାଯାଇଛି ା ଏଥିରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ରଙ୍ଗେଇଲୁଣ୍ଡା ସଂଯୋଜକ ସୁଦର୍ଶନ ପାତ୍ର, ଉପଦେଷ୍ଟା ରମେଶ କର, କୁମୁଦ ସାହୁ, ଇଜୁ ଆମିନ୍‌ ଖାନ୍‌, ରଙ୍କନା ପାତ୍ର, ସୁବାସ ସାହୁ ଓ ପଙ୍କଜିନୀ ନାହାକ ପ୍ରମୁଖ ସାମିଲ ଥିଲେ ା

Share