ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏଣିକି ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେବେ କ୍ଷେତ୍ରୀୟ କର୍ମଚାରୀ, ୨୦୨୦ ଏପ୍ରିଲ ପହିଲାରୁ ଅନ୍‌ଲାଇନ୍‌ ହେବ ବ୍ୟବସ୍ଥା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଏଣିକି ବିଭିନ୍ନ ବାସଗୃହ ଓ କୋଠା ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଲାଗି ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଯିବାକୁ ପଡ଼ିବ ନାହିଁ। ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏନେଇ ଘୋଷଣା କରାଯାଇଛି।

କର୍ମଚାରୀମାନେ ଆବଶ୍ୟକୀୟ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ ଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରିବେ। ଏହି ପ୍ରମାଣପତ୍ରର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିକ କୋଠାବାଡ଼ି କ୍ଷେତ୍ରରେ ଏହା ୫ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ୨୦୧୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନିସୁରକ୍ଷା ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନ୍‌ଲାଇନ୍‌ ଜରିଆରେ କରିବା ଲାଗି ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Share