ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଏକ ଜାତୀୟସ୍ତରୀୟ ଇଂଲିଶ ମୁଦ୍ରିତ ଗଣମାଧ୍ୟମରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁଙ୍କର ଏକ ସ୍ତମ୍ଭ ପ୍ରକାଶ ପାଇଥିଲା। ଏହି ଆଲେଖ୍ୟରେ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେତେକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ବିଶେଷକରି କିଛିଦିନ ତଳେ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ କ୍ଷେତ୍ରସ୍ତରରେ ସରପଞ୍ଚଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ସେମାନଙ୍କୁ ଜିଲାର ସର୍ବୋଚ୍ଚ ପ୍ରଶାସନିକ କ୍ଷମତା ଉପଭୋଗ କରୁଥିବା ଜିଲାପାଳଙ୍କ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଭାରତୀୟ ବ୍ୟବସ୍ଥାରେ ପଞ୍ଚାୟତ ପ୍ରତିନିଧି ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଏହା ପ୍ରମାଣିତ କରିଛି। ଏହିମାନେ ହିଁ ସଚେତନତାର ବାର୍ତ୍ତା ପ୍ରଚାର କରିବା ସହ କରୋନା ସଂକ୍ରମଣକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

Share