ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା ଦେଲେ ୨ ଏସ୍‌ଏଚ୍‌ଜି

ମାଲକାନଗିରି,୧ା୫(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ର ‘ଜନନୀ’ ଓ ‘ସାଇବାବା’ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୬ ହଜାର ସହାୟତା ଦେଇଛନ୍ତି। ମଣ୍ଡଳ ପରିଦର୍ଶିକା ଶାନ୍ତି କରସୁଧା ପଟ୍ଟନାୟକ ଓ ଅଙ୍ଗନଓ୍ବାଡ଼ି କର୍ମୀ ସୁନାମଣୀ କାଡାଙ୍କ ଉପସ୍ଥିତିରେ ଏହି ସହାୟତା ରାଶି ଚେକ୍‌ ଆକାରରେ କୋରୁକୋଣ୍ଡା ବିଡିଓ ଦାଶରଥି ସରାବୁଙ୍କୁ ପ୍ରଦାନ କରାଯାଇଛି।