ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ,୯।୫: ଭଦ୍ରକ ଜିଲା ଚରମ୍ପା ଜଳ ବଣ୍ଟନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ୩୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ବେହେରାଙ୍କୁ କମିଟି ପକ୍ଷରୁ ଏହି ଟଙ୍କା ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଭାପତି ଅନ୍ତର୍ଯ୍ୟାମୀ ଉପାଧ୍ୟାୟ, ସମ୍ପାଦକ ଭରତ ତ୍ରିପାଠୀ, ଜାଗା କାଳିଆ ପାଣି ପଞ୍ଚାୟତ ସଭାପତି, ଖିରେସ୍ବର ପାଣି ପଞ୍ଚାୟତ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।