Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ସାପ

ବିଲାସପୁର,୨୧।୮: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ସାପ ଦଂଶନରୁ ଅଳ୍ପକେ ବର୍ତ୍ତିଛନ୍ତି। ବିଲାସପୁରରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାବେଳେ ତାଙ୍କ ପାଦ ତଳେ ସାପ ଆସିଯାଇଥିଲା। ସାପ ଦେଖି ସେଠାରେ ଉପସ୍ଥିତ ଲୋକେ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ସାପକୁ ନ ମାରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଏହା ବିଷଧର ସାପ ନୁହେଁ। ବ୍ୟସ୍ତ ହୁଅନ୍ତୁ ନାହିଁ। ତାକୁ ମାରନ୍ତୁ ନାହିଁ। ପିଲାଦିନେ ଆମେ ସାପଟିକୁ ପକେଟରେ ନେଇ ଯାଉଥିଲୁ। ମିଡିଆ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ସାପର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share