ମୁମ୍ବାଇ,୨୪।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ବଙ୍ଗଳା ‘ବର୍ଷା’କୁ ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେଶନ(ବିଏମ୍ସି) ଖିଲାପକାରୀ ଘୋଷଣା କରିଛନ୍ତି। ଏହି ବଙ୍ଗଳା ଉପରେ ୭ଲକ୍ଷ ୪୪ ହଜାର ୯୮୧ ଟଙ୍କାର ପାଣି ବିଲ୍ ବକେୟା ରହିଛି। କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏମିତି ଆଉ ୧୮ ଜଣ ମନ୍ତ୍ରୀ ମଧ୍ୟ ବିଏମ୍ସିର ଖିଲାପକାରୀ ତାଲିକାରେ ରହିଛନ୍ତି।