Advertisement

୫ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ : ଜିଲାପାଳଙ୍କୁ କୈଫିୟତ ତଲବ, ସିଡିଏମ୍‌ଓ ନିଲମ୍ବିତ

ସୁନ୍ଦରଗଡ଼,୧୩।୧୦(ଡି.ଏନ୍‌.ଏ.) : ମୋ’ ସରକାର କାର୍ଯ୍ୟକ୍ରମର ସ୍ଥିତି ପରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ କେ ଭି ପାଣ୍ଡିଆନ ରବିବାର ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ବେଳେ ରୋଗୀମାନଙ୍କୁ ଠିକ୍‌ ଭାବେ ଖାଦ୍ୟ ଦିଆ ନ ଯିବା ଓ ବିଭିନ୍ନ ପରୀକ୍ଷା ପାଇଁ ବାହାର ପାଥୋଲୋଜିକୁ ପଠାଯାଇଥିବା ରୋଗୀଙ୍କ ଠାରୁ ଅଭିଯୋଗ ମିଳିବା ପରେ ସଚିବ ଜିଲାପାଳଙ୍କୁ କୈଫିୟତ ତଲବ କରିଛନ୍ତି। ଏଥିସହ ଜିଲା ମୁଖ୍ୟ ଚିକିସାଧିକାରୀ ପଙ୍କଜ ପଟେଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସଚିବ ପାଣ୍ଡିଆନଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ସୁନ୍ଦରଗଡ଼ କିରେଇ ଖେଳପଡ଼ିଆରେ ଓହ୍ଲାଇ ସେଠାରୁ କାର୍‌ ଯୋଗେ ଡାକ୍ତରଖାନାରେ ପହଞ୍ଚିଥିଲେ। ପରେ ରାଉରକେଲା ଜେନେରାଲ ହସ୍ପିଟାଲ ପରିଦର୍ଶନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share