ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବଣିକ ସଂଘର ସହାୟତା

ଚାନ୍ଦବାଲି,୧ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବଣିକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ୫୧,୨୦୦ ଟଙ୍କାର ଏକ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ସଂଘର ସମ୍ପାଦକ ରଘୁନାଥ ସାହୁ ଏହି ଚେକ୍‌କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ ଉଦ୍ଦେଶ୍ୟରେ ତହସିଲଦାର ସୁଶାନ୍ତ ସୂତାରଙ୍କୁ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରିଛନ୍ତି। ଏହି ଅବସରରେ ସଂଘର ସଭାପତି ପ୍ରବୋଧ ସାହୁ, କୋଷାଧ୍ୟକ୍ଷ ଗୋପିରାମ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ରାମତାର ମୋର, ରମେଶ ଚନ୍ଦ୍ର ଦାଶ, ନିରଞ୍ଜନ ସାହୁ, ମନୋଜ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।