ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା କଲେ ସୋମ୍ୟାଶ୍ରୀ

ନିଶ୍ଚିନ୍ତକୋଇଲି,୨।୪(ସ୍ବ.ପ୍ର.): କରୋନା ମୁକାବିଲା ପାଇଁ କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଞ୍ଚସରଙ୍ଗବଳରାମପୁର ଗ୍ରାମର ଆଶିଷ କୁମାର ବସନ୍ତରାୟଙ୍କ ୬ ବର୍ଷର ଝିଅ ସୋମ୍ୟାଶ୍ରୀ ନିଜ କୁମ୍ପିରେ ରଖିଥିବା ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ମା’ବାପା ଦେଇଥିବା ହାତଖର୍ଚ୍ଚକୁ ସୋମ୍ୟାଶ୍ରୀ ଦୀର୍ଘଦିନ ହେବ କୁମ୍ପିରେ ସାଇତି ରଖିଥିଲେ। ସୋମ୍ୟାଶ୍ରୀ ମା’ଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କ ଉପସ୍ଥିତିରେ ତହସିଲଦାର ଜିତେନ୍ଦ୍ର ପାତ୍ରଙ୍କୁ ତାଙ୍କ କୁମ୍ପି ପ୍ରଦାନ କରିଥିଲେ। ସୋମ୍ୟାଶ୍ରୀ ନିଶ୍ଚିନ୍ତକୋଇଲି ଜାଭିୟର ସ୍କୁଲରେ ପାଠ ପଢ଼ୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।