ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪ ଲକ୍ଷ ୩ ହଜାର ଟଙ୍କା ସହାୟତା ପ୍ରଦାନ କଲା ଚନ୍ଦାହାଣ୍ଡି ଶିକ୍ଷା ବିଭାଗ

ଚନ୍ଦାହାଣ୍ଡି,୧୮ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ବିଇଓ ଭଜନଲାଲ ମାଝିଙ୍କ ନେତୃତ୍ୱରେ ବ୍ଲକର ଏଲିମେଣ୍ଟାରୀ ଶିକ୍ଷକ ସଂଘର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ, ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪ ଲକ୍ଷ ୩ ହଜାର ଓ ଜିଲା ରେଡ୍‌କ୍ରସ ସୋସାଇଟି, ନବରଙ୍ଗପୁର ଜିଲାପାଳଙ୍କୁ ୩୦ ହଜାର ଟଙ୍କା, (ମୋଟ୍‌ ୪ ଲକ୍ଷ ୩୩ ହଜାର)ଟଙ୍କା ବିଡିଓ ଧର୍ମରାଜ ମାଝିଙ୍କୁ ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଏଥିରେ ବିଇଓ ଭଜନଲାଲ ମାଝି, ଏବିଇଓ ଦୂତୀବାହନ ଖମାରି, ରତ୍ନାକର ନାୟକ, ପ୍ରେମଚାନ୍ଦ ସିଂ ଧୁରୁଆ, ମିଳିତ ଶିକ୍ଷକ ସଂଘ ସଭାପତି ପଦ୍ମଲୋଚନ ସାହୁ, ବିଶ୍ୱରଞ୍ଜନ ପଣ୍ଡା, ପ୍ରଦୀପ ପାଢ଼ୀ, ଅମିତ ଖମାରୀ, ବସନ୍ତ ଧୁରୁଆ, ଅଭୟ ନାୟକ, ପ୍ରସନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।