ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୧ସରପଞ୍ଚ ଦେଲେ ୩ ମାସର ଭତ୍ତା

ତରଭା,୨୦।୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ତରଭା ବ୍ଳକର ସମସ୍ତ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି। ବ୍ଲକର ମୋଟ ୨୧ ଜଣ ସରପଞ୍ଚ ସେମାନଙ୍କ ୩ ମାସର ଭତ୍ତା/ଦରମା ବାବଦ ଏହି ଅର୍ଥ ପ୍ରଦାନ କରିଛନ୍ତି । ବ୍ଲକ ସରପଞ୍ଚ ସଂଘ ସଭାପତି ଦଶରଥ ସାହୁ, ଜିଲା ସରପଞ୍ଚ ସଂଘ କୋଷାଧ୍ୟକ୍ଷ ପ୍ରଭାତ ପାତ୍ର ଓ ଜିଲା ପରିଷଦ ସଭ୍ୟ ସରୋଜ କୁମାର କମ୍ପ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ ପ୍ରକୋଷ୍ଠରେ ଏହି ଚେକ୍‌ ପ୍ରଦାନ କରିଛନ୍ତି। ସେହିପରି ସରପଞ୍ଚ ସଂଘ ପକ୍ଷରୁ ୧୬ ହଜାର ଟଙ୍କା ବ୍ୟୟରେ ବ୍ଲକ ଅଞ୍ଚଳରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି ।

Share