ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩,୬୧,୮୧୭ ଟଙ୍କା ଦାନ

ସୋନପୁର,୨୧।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ଠିକାଦାର ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ଲକ୍ଷ ୬୧ହଜାର ୮୧୭ଟଙ୍କା ପ୍ରଦାନ କରିଛନ୍ତି। ସଂଘ ସଭାପତି ଜୟମାଧବ ମିଶ୍ର ମଙ୍ଗଳବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଏହି ଚେକ୍‌ ପ୍ରଦାନ କରିଛନ୍ତି । କାର୍ଯ୍ୟକାରୀ କମିଟି ସଭ୍ୟ ନନ୍ଦଲାଲ ପୁରୋହିତ, ରମେଶ ପୂଜାରୀ, ସାଧାରଣ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, କୋଷାଧ୍ୟକ୍ଷ ରାମ ନାରାୟଣ ମିଶ୍ର ଓ କିଶୋର ବେହେରା ଉପସ୍ଥିତ ଥିଲେ। ଏହି ସହାୟତା ରାଶି ପ୍ରଦାନରେ ଜିଲା ଠିକାଦାର ସଂଘର ୧୦୯ ଜଣ ସଭ୍ୟଙ୍କ ସହଯୋଗ ରହିଛି ।

Share