ଗୁଡଭେଲା,୨୪ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଧାନଘରା ଗ୍ରାମର ମା’ଲକ୍ଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗୁଡଭେଲା ସିଡିପିଓ ସୌଦାମିନୀ ପ୍ରଧାନଙ୍କ ଜରିଆରେ ପ୍ରଦାନ କରିଛନ୍ତି। କରୋନା ମୁକାବିଲା ପାଇଁ ଉକ୍ତ ପାଣ୍ଠିକୁ ସହଯୋଗର ହାତ ବଢ଼ାଇବା ପାଇଁ ସିଡିପିଓ ଅନୁରୋଧ କରିଥିଲେ।