ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଅନୁଦାନ

ବାଲେଶ୍ୱର ଅଫିସ, ୭।୫-ବାଲେଶ୍ୱର ଜିଲା ଗାୟତ୍ରୀ ଶକ୍ତିପୀଠ ତରଫରୁ ମହାମାରୀ କରୋନା ପୀଡ଼ିତଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ହଜାର ଟଙ୍କାର ଚେକ୍‌ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ପ୍ରଦାନ କରାଯାଇଛି। ଅଙ୍ଗାରଗଡ଼ିଆସ୍ଥିତ ଉକ୍ତ ଶକ୍ତିପୀଠର ଯୁବାବର୍ଗ ଲକ୍‌ଡାଉନ୍‌ ପରଠାରୁ ଗରିବ ପରିବାରମାନଙ୍କୁ ଆବଶ୍ୟକ ରାଶନ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଆସୁଛନ୍ତି। ଭାରତୀୟ ସଂସ୍କୃତିର ମହାନ୍‌ ପରମ୍ପରା ଯଜ୍ଞ ଓ ସଂସ୍କାର କାର୍ଯ୍ୟକ୍ରମ ସହ ଜନସେବାମୂଳକ କାମରେ ସହଯୋଗ ନିମନ୍ତେ ଶକ୍ତିପୀଠ ଜନସାଧାରଣମାନଙ୍କୁ ନିବେଦନ କରୁଛି।