ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ତିନି ମାସର ଦରମା ପ୍ରଦାନ କଲେ କୃଷି ମନ୍ତ୍ରୀ, ଏମ୍‌ପି ସସ୍ମିତ୍‌

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜନପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ସହାୟତା କରିବା ଲାଗି ଅନୁରୋଧ କରିଥିଲେ। ଏହାପରଠାରୁ ସିଏମ୍‌ଆର୍‌ଏଫ୍‌କୁ ସହାୟତାର ସୁଅ ଛୁଟିଛି। ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ତାଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ସୂଚନା ମିଳିଛି। ସେହିଭଳି ବିଜେଡି ଏମ୍‌ପି ସସ୍ମିତ୍‌ ପାତ୍ର କୋଭିଡ-୧୯ ଫଣ୍ଡକୁ ତିନିମାସର ବେତନ ଦାନ କରିଛନ୍ତି।

Share