ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

କେନ୍ଦୁଝର, ୧୧ା୫(ଡି.ଏନ୍‌.ଏ.)-କରୋନା ମୁକାବିଲା ପାଇଁ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ୧୦ଲକ୍ଷ ୧ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସୋମବାର ଜିଲା ଟ୍ରକ ମାଲିକ ସଂଘର ବରିଷ୍ଠ ଉପଦେଷ୍ଟା କୈଳାସ ଚନ୍ଦ୍ର ପଣ୍ଡା, ସଭାପତି ରମାକାନ୍ତ ନାୟକ, ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ କର, ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ ଏବଂ ସଞ୍ଜୟ ସିଂ ପ୍ରମୁଖ ଜିଲାପାଳ ଆଶିଷ ଠାକ୍‌ରେଙ୍କ ଜରିଆରେ ଏହି ଚେକ୍‌ ପ୍ରଦାନ କରିଛନ୍ତି। କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ବିଭିନ୍ନ ବିପତ୍ତି ସମୟରେ ସହାୟତାର ହାତ ବଢାଇଥାଏ। ସାମାଜିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଦୁର୍ଘଟଣା ସମୟରେ ସଂଗଠନ ଆର୍ଥିକ ସହାୟତା ପ୍ରଦାନ କରିଥାଏ।

Share