ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ରାଜ୍ୟ ସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର,୨୫।୩(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୂଚନା ଦେଇଛନ୍ତି । ଚେକ୍‌ ନଂ. ୨୨୪୭୯୭ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ନାମରେ ସେ ଏହି ଟଙ୍କା ଜମା କରିଛନ୍ତି। କରୋନା ମୁକାବିଲା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ସର୍ବସାଧାରଣ ଓ ବିଧାୟକ, ଏମ୍‌ପିମାନଙ୍କୁ ଅନୁରୋଧ କରିଥିଲେ। କରୋନା ପ୍ରତିକାର ଓ ସଚେତନତା ପାଇଁ ପ୍ରସନ୍ନ ଆଚାର୍ଯ୍ୟ ୩ ମାସର ଦରମା ଦେଇଥିବା ସୂଚନା ଦେଇଛନ୍ତି ।

Share