ପାଟଣା,୨୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଜଗନ୍ନାଥ ନାଏକ ବୁଧବାର ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ପାଇଁ ଭୁବନେଶ୍ୱର ବିଧାନସଭା ସେକ୍ରେଟାରୀ ଦାଶରଥୀ ଶତପଥୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ଚେକ୍ ଆକାରରେ ପ୍ରଦାନ କରିଛନ୍ତି। ଏଥିସହ ଜନସାଧାରଣ ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଓ ଡାକ୍ତରମାନଙ୍କ ନିର୍ଦ୍ଦେଶକୁ ମାନି ନିଜେ ସୁରକ୍ଷିତ ରହିବା ସହ ସମାଜକୁ ସୁସ୍ଥ ରଖିବାରେ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ସେ ନିବେଦନ କରିଛନ୍ତି। କେନ୍ଦୁଝର ଜିଲା ଓ ପାଟଣା ନିର୍ବାଚନ ମଣ୍ଡଳୀର ଲୋକମାନେ ଆନ୍ତରିକତା ସହ ସରକାରଙ୍କ କରୋନା ମୁକାବିଲା ନିମନ୍ତେ ଥିବା ଗାଇଡ୍ଲାଇନକୁ ପାଳନ କରିବାକୁ ବିଧାୟକ ନିବେଦନ କରିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, କେନ୍ଦୁଝର, ରାଜ୍ୟ